ଲୁହା ରଡ଼ ଓ ବାଡ଼ି ସାହାର୍ଯ୍ୟରେ ଗାଁ ରାସ୍ତାରେ ଗୋଡେଇ ଗୋଡେଇ ଆକ୍ରମଣ

0
251
ଲୁହା ରଡ଼

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୧/୦୬) : ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାନ୍ଦପୁର ପଞ୍ଚାୟତ ନାନ୍ଦପୁର ଗାଁରେ ଜମି ଜମା ବିବାଦର ଉଗ୍ର ରୂପ । ଲୁହା ରଡ଼ ଓ ବାଡ଼ି ସାହାର୍ଯ୍ୟରେ ଗାଁ ରାସ୍ତାରେ ଗୋଡେଇ ଗୋଡେଇ ଆକ୍ରମଣ ।

ଜମିଜମା ବିବାଦକୁ ନେଇ ନାନ୍ଦପୁର ଗାଁ’ର ବୁଧୁରାମ ବେହେରାଙ୍କ ସ୍ତ୍ରୀ ଆରତୀ ବେହେରାଙ୍କୁ ତାଙ୍କ ବଡ଼ ଭାଇ ଶିବ ବେହେରା ଓ ତାଙ୍କୁ ପୁଅ ଶୁଶାନ୍ତ ବେହେରା ଲୁହା ରଡ଼ ଓ ବାଡ଼ି ସାହାର୍ଯ୍ୟରେ ଗାଁ ରାସ୍ତାରେ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । ଗ୍ରାମବାସୀଙ୍କ ସହାୟତାରେ ଆରତୀ ଉଦ୍ଧାର ହେବା ପରେ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ ଆରଡ଼ି ମେଡ଼ିକାଲ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ବୁଧୁରାମ ବେହେରା ଆରଡ଼ି ଫାଣ୍ଡି ପରେ ଧୁସୁରୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।