ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ମାତ୍ର ଦୁଇ ଦିନ। ଦୁଇ ଦିନ ପରେ ଟ୍ରାଫିକ୍‌ ଟେକିଂ କଡ଼ାକଡ଼ି। ଗାଡ଼ିର କାଗଜପତ୍ର ନ ଥିଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଫାଇନ୍‌। ଏଥିପାଇଁ ଦୁଇ ପରିବହନ କାର୍ଯ୍ୟାଳୟରେ ଅସମ୍ଭାଳ ଭିଡ଼। ଏତେ ଭିଡ଼ ଯେ ଠେଲାପେଲାରେ ଲୋକ ଅଣନିଶ୍ୱାସୀ ହୋଇଯାଉଛନ୍ତି।

କିଏ ରେଜିଷ୍ଟ୍ରେସନ୍‌ ସାଟିର୍ଫିକେଟ୍‌ ପାଇଁ ତ କିଏ ଡ୍ରାଇଭିଂ ଲାଇସେନ୍ସ ପାଇଁ ପୁଣି କିଏ ୧୫ ବର୍ଷର ପୁରୁଣା ଗାଡ଼ିକୁ ରିନ୍ୟୁ କରିବା ପାର୍ଇ ଲାଇନ୍‌ ଲଗାଇଛି। ଭୁବନେଶ୍ୱରସ୍ଥିତ ଦୁଇଟି ଯାକ ଆରଟିଓରେ ବଡ଼ି ଭୋରରୁ ରାତି ପର୍ଯ୍ୟନ୍ତ ଭିଡ଼ ଲାଗି ରହିଛି। ବୁଧବାର ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଲୋକଙ୍କ ଲାଇନ୍‌ ଦେଖିବାକୁ ମିଳିଥିଲା।

 

ଗତ ୩ ମାସ ମଧ୍ୟରେ ଆରଟିଓ-୨ରେ ୧୨ ହଜାର ୪୪୭ ଗାଡ଼ି ପଞ୍ଜୀକରଣ ହୋଇଥିବା ବେଳେ ୬ ହଜାର ୧୩୫ ଜଣ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୫ ହାଜର ୨୯୫ ଜଣ ଲାଇସେନ୍ସ ପାଇଛନ୍ତି।

ଲର୍ଣ୍ଣର୍ସ ଲାଇସେନ୍ସ ଲାଗି ରାଜଧାନୀରେ ଖୋଲିଥିବା ଦୁଇଟି ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟାଳୟ ଅବସ୍ଥା ସମାନ।

ଆଉ ଦୁଇ ଦିନ ସମୟ ଥିବା ବେଳେ ଗାଡ଼ି କାଗଜପତ୍ର ପାଇଁ ସମସ୍ତେ ବ୍ୟସ୍ତ।

Comment