ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱକପ୍ ପୂର୍ବରୁ ଆଜି ଭାରତ ଶେଷ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳିବ। ଏହି ସିରିଜ୍ ଭାରତ ବିଶ୍ୱ ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଅପରାହଣ୍ ୧.୩୦ରେ ଖେଳାଯିବ।
ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍ ଲାଗି ଉଭୟ ଟିମ୍ ଜୋରସୋର ଅଭ୍ୟାସ ବି କରିଛନ୍ତି। ବିଶ୍ୱକପ୍ ପୂର୍ବରୁ ତାର ଚୂଡାନ୍ତ ଦଳ ପ୍ରସ୍ତୁତ କରିବା ଲାଗି ଭାରତର ଏହା ଅନ୍ତିମ ସୁଯୋଗ ହେବ।
ଭାରତ ମେ ରେ ହେବାକୁ ଥିବା ବିଶ୍ୱକପ୍ ଲାଗି ଅନ୍ୟତମ ଦାବିଦାର ଅଟେ। ମାତ୍ର ଭାରତ ଏ ଯାଏଁ ତାର ୧୧ଜଣ ଖେଳାଳିଙ୍କ ନାଁ ଫାଇନାଲ କରିନାହିଁ। ପ୍ରତି ସିରିଜ୍ରେ ଖେଳାଳି ବଦଳୁଥିବା ବେଳେ ଇଂଲଣ୍ଡରେ କିଏ ଖେଳିବେ ତାହା ସ୍ପଷ୍ଟ ହୋଇପାରିନାହିଁ।
ଏସବୁ ଭିତିରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଜିତିବା ଭାରତର ମୁଖ୍ୟ ଲକ୍ଷ୍ୟ ରହିବ। କାରଣ ବିଶ୍ୱକପ୍ ପୂର୍ବରୁ ବିଜୟଧାର ବଜାୟ ରଖିବା ଦଳ ଲାଗି ଅତ୍ୟନ୍ତ ଜରୁରୀ।