ଓଡ଼ିଶାଲାଇଭ୍ ବ୍ୟୁରୋ

bhadrak chandbali

ବାତ୍ୟା ଅମ୍ପନର ତାଣ୍ଡବଲୀଳା ଶେଷ ହୋଇଛି। ବର୍ତ୍ତମାନ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଯଥାସମ୍ଭବ ସାହାଯ୍ୟ କରିବା ଜିଲ୍ଲା ପ୍ରଶାସନଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି।

ଏହି ବାତ୍ୟାର ଯୋଗୁଁ ଚାନ୍ଦବାଲି ଅଞ୍ଚଳର ଲୋକ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି। ବାତ୍ୟା ପରବର୍ତ୍ତୀ ସମୟରେ ଏଠାରେ ପିଇବା ପାଣିର ଅସୁବିଧା ଦେଖା ଦେଇଥିଲା। ତେଣୁ ପ୍ରଶାସନ ପକ୍ଷ୍ୟରୁ ଚାନ୍ଦବାଲିର ଏନ୍.ଏ.ସି ଅଞ୍ଚଳରେ ଲୋକଙ୍କୁ ପିଇବା ପାଣି ଯୋଗେଇ ଦିଆଯାଉଛି।

Amphan-2

ଅମ୍ପନ ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଏବଂ ବାସୁଦେବପୁରରେ ହାଇ ଆଲର୍ଟ ଜାରି କରାଯିବା ସହ ପ୍ରଶାସନ ପକ୍ଷ୍ୟରୁ ସବୁପ୍ରକାର ସତର୍କତା ଅବଲମ୍ବନ କରାଯାଇଥିଲା। କାଲି ସଂଧ୍ୟାରେ ବାତ୍ୟା ଅମ୍ପନ ସୁନ୍ଦରବନଠାରେ ଲ୍ୟାଣ୍ଡଫଲ୍ କରିଥିଲା।

Comment